ଆଜି ବିଧାନସଭାରେ ପୁଣି ଉଠିଛି ନବ ଦାସଙ୍କ ହତ୍ୟା ପ୍ରସଙ୍ଗ । ଶୂନ୍ୟକାଳରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇବା ସହ ଏହା ଏକ ସୁପରିକଳ୍ପିତ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତରୁ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ବେଳେ କ୍ରାଇମବ୍ରାଞ୍ଚ କଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହି ହତ୍ୟାକାଣ୍ଡରେ ସିଧାସଳଖ ବିଧାୟକ ସୁଶାନ୍ତ ସିଂଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛନ୍ତି । ନବ ଦାସ ଓ ସୁଶାନ୍ତ ସିଂଙ୍କ ମଧ୍ୟରେ ବ୍ୟାବସାୟିକ କାରବାରକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିଲା ଏବଂ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ସୁଶାନ୍ତ ସିଂଙ୍କୁ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here