ମାଲକାନିଗିରି ଝାଟିମାଟି କଲୋନିରେ କନେଷ୍ଟବଳଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଘର ଭିତରୁ ପୋଲିସ କନେଷ୍ଟବଳ ସୁନିଲ ମହାନନ୍ଦିଆଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଘରେ କେହି ନଥିବାବେଳେ ସେ ସର୍ଭିସ ରିଭଲଭରରେ ନିଜର ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ସୁଚନା ମିଳିଛି । ପଡୋଶି ଗୁଳି ଶଦ୍ଦ ଶୁଣିବା ପରେ ତାଙ୍କ ଘରକୁ ଆସି ତୁରନ୍ତ ମେଡିକାଲ ନେଇଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ । ରିଭଲଭର ଜବତ କରି ପୋଲିସ ତନାଘନା ଚଳାଇଛି ।

LEAVE A REPLY

Please enter your comment!
Please enter your name here