ସୋମବାର ନିର୍ବାଚନ ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି. ଶନିବାର ଦିନ ବାଲେଶ୍ୱର ବାରବାଟି ହାଇସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ନିର୍ବାଚନ କାର୍ଯ୍ୟରେ ବାଲେଶ୍ୱରରୁ ନୀଳଗିରିର ଅଯୋଧ୍ୟା ହାଇସ୍କୁଲ ବୁଥ୍କୁ ଯାଉଥିଲେ. ବସ୍ ବୁଥ୍ରେ ପହଞ୍ଚିବା ପରେ ସବୁ ପୋଲିଂ କର୍ମଚାରୀ ବସ୍ରୁ ଓହ୍ଲାଇ ଥିଲେ ମଧ୍ୟ ଶ୍ରୀ ପଣ୍ଡା ବସ୍ରୁ ଓହ୍ଲାଇ ନଥିଲେ . ବସିଥିବା ସିଟରେ ନିସ୍ଅତେଜ ହୋଇଯାଇଥିବା ପୂର୍ଣ୍ଣଚନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା . ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ନୀଳଗିିରି ନିର୍ବାଚନମଣ୍ଡଳୀର ଅଯୋଧ୍ୟା 28 ନମ୍ବର ବୁଥର ପଞ୍ଚମ ପୋଲିଂ ଅଫିସର ଭାବେ ତାଙ୍କୁ ନିୟୋଜିତ କରାଯାଇଥିଲା.