ଏଣିକି ଭୁବନେଶ୍ୱରରେ ଘଣ୍ଟା ଅନୁସାରେ ଦେବାକୁ ପଡିପାରେ ପାର୍କିଂ ଫି’ । ହୋଇଥିବା ଟେଣ୍ଡର ଦସ୍ତାବିଜ୍ ଅନୁସାରେ, ଯେ କୌଣସି ସ୍ଥାନରେ ଦୁଇ ଘଣ୍ଟାରୁ କମ୍ ସମୟ ପାଇଁ ବାଇକ ରଖିଲେ ୫ ଟଙ୍କା, କାର ରଖିଲେ ୨୦ ଟଙ୍କା ଓ ଚାରି ଚକିଆ ଭାରିଯାନ ପାଇଁ ୨୫ ଟଙ୍କା ଦେବାକୁ ପଡିବ । ଦୁଇରୁ ତିନି ଘଣ୍ଟା ପାର୍କିଂ କଲେ ବାଇକ୍ ପାଇଁ ୧୫ ଟଙ୍କା, ତିନି ଚକିଆ ଯାନ ପାଇଁ ୨୦ ଟଙ୍କା, ୪ ଚକିଆ ଯାନ ପାଇଁ ୪୦ ଟଙ୍କା ଏବଂ ଭାରିଯାନ ପାଇଁ ୫୦ ଟଙ୍କା ପାର୍କିଂ ଫି ଆଦାୟ ହେବ । ୩ରୁ ୪ ଘଣ୍ଟା ପାର୍କିଂ ନିମନ୍ତେ ବାଇକ ଚାଳକଙ୍କୁ ୨୫ ଟଙ୍କା ତିନି ଚକିଆଙ୍କୁ ୩୫ ଟଙ୍କା, ୪ ଚକିଆଙ୍କୁ ୬୦ ଟଙ୍କା ଓ ଭାରିଯାନଙ୍କୁ ୭୫ ଟଙ୍କା ଲେଖାଏଁ ଦେବାକୁ ପଡିବ । ୫ ଘଣ୍ଟାରୁ ଅଧିକ ସମୟ ଧରି ପାର୍କିଂରେ ରହୁଥିବା ଗାଡିକୁ ଅତିରିକ୍ତ ୨୦ ଟଙ୍କା ହିସାବରେ ଦେବାକୁ ପଡିବ । ଏପ୍ରିଲ ପହିଲାରୁ ଭୁବନେଶ୍ୱରରେ ଲାଗୁ ହୋଇପାରେ ନୂଆ ଦରରେ ପାର୍କିଂ ଫି । ରାଜଧାନୀର ୩୨ ଟି ସ୍ଥାନରେ ବିଏମସି ପକ୍ଷରୁ ପାର୍କିଂ ଫି ବ୍ୟବସ୍ଥା କରାଯାଇଛି । ସାଇକେଲ ପାଇଁ ନାହିଁ କୌଣସି ପାର୍କିଂ ଫି ।

LEAVE A REPLY

Please enter your comment!
Please enter your name here