ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଏକ କେନାଲ ଭିତରକୁ ବସ୍ ଖସିପଡିବା ଫଳରେ 38 ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ସକାଳ ସାଢେ ଆଠଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବସ ଚାଳକ ନିୟନ୍ତ୍ରଣ ହରାଇବା ଯୋଗୁ ବସଟି କେନାଲ ଭିତରକୁ ଖସି ପଡିଥିଲା । ବସ ଡ୍ରାଇଭରଙ୍କ ସମେତ ସାତଜଣ ଯାତ୍ରୀ ପହଁରି ପହଁରି କୁଳକୁ ଆସିବାରେ ସକ୍ଷମ ହୋଇଥିଲେ । ବସରେ 54 ଜଣ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ଦୁଇଲକ୍ଷ ଏବଂ ଗୁରୁତର ଆହତଙ୍କ ପରିବାରକୁ ପଚାଶ ହଜାର ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି । ସିଦ୍ଧି ବସ୍ ଦୁର୍ଘଟଣା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୋପାଳ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here