ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଅଘଟଣ । ୬ମହଲା ଉପରୁ ଡେଇଁ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଦେଓଗାଁ ମହୁଳଖୋଲର ଟୁନା ବେହେରା । ଗୁରୁବାର ଅଶୁଂଘାତର ଶିକାର ହୋଇ ରାତିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଟୁନା । ଅଭିଯୋଗ ଅନୁସାରେ, ସେ ୪ ମହଲାରେ ପ୍ରଥମେ ବ୍ଲେଡରେ ହାତ କାଟିଥିଲେ । ଏହାପରେ ୬ମହଲାକୁ ଯାଇ କାଚ ଝରକା ଦେଇ ତଳକୁ ଡେଇଁ ପଡିଥିଲେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଟାଉନଥାନା ପୋଲିସ ପହଁଞ୍ଚି ଆରମ୍ଭ କରିଛି ତନାଘନା ।

LEAVE A REPLY

Please enter your comment!
Please enter your name here