ମାଡି ଆସୁଛି ଭୟଙ୍କର ବାତ୍ୟା ଫନି । ଫନି ପାଇଁ ବାତିଲ ହୋଇଛି ଟ୍ରେନ ସେବା । ୭୪ଟି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ । ଭଦ୍ରକ-ବିଜୟନଗରମ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ । ୨ ତାରିଖ ସନ୍ଧ୍ୟାରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ଇଷ୍ଟକୋଷ୍ଟ, କରମଣ୍ଡଳ ଏକ୍ସପ୍ରେସ ହାୱଡାରୁ ଚାଲିବନି । ୨ ତାରିଖରେ ହାୱଡା-ପୁରୀ ଆସୁଥିବା ଟ୍ରେନକୁ ବାତିଲ କରାଯାଇଛି । ମେ ୩ରେ ପୁରୀ ଓ ଭୁବନେଶ୍ୱରରୁ ଯାଉଥିବା ଟ୍ରେନକୁ ବାତିଲ କରାଯାଇଛି । ପୁରୀ ଓ ଭୁବନେଶ୍ୱର ଦେଇ ଯାଉଥିବା ସମସ୍ତ ଟ୍ରେନ ବାତିଲ ।

LEAVE A REPLY

Please enter your comment!
Please enter your name here