ରାଜ୍ୟରେ ବଢିପାରେ ବିଧାୟକଙ୍କ ଦରମା । ବିଧାନସଭାରେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠିଥିଲା । ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି ବହୁ ଦଳର ବିଧାୟକ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ବାଚସ୍ପତ୍ତି ରୁଲିଂ ଦେଇଛନ୍ତି । ବିଧାୟକ ଅମର ଶତପଥୀଙ୍କ ଅଧକ୍ଷତାରେ ଗଠିତ କମିଟି ରିପୋର୍ଟ ଦେଇସାରିଛି । ବିଧାୟକଙ୍କ ଦରମା ବୃଦ୍ଧି ସମ୍ପର୍କିତ ବିଲ୍ ଗୃହରେ ଆଗତ କରିବାକୁ ସଂସଦ ବ୍ୟାପାର ମନ୍ତ୍ରୀଙ୍କୁ କହିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆଜି ବିଧାନସଭା ଶୂନ୍ୟ କାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here