ଦେଶରେ ପୁଣଇ କାୟା ବିସ୍ତାର ଆରମ୍ଭ କଲାଣି କରୋନା ଭାଇରସ୍ । ସଙ୍କ୍ରମିତଙ୍କ ସଂଖ୍ୟା ଏବେ ବଢି ବଢି ଚାଲିଛି । ଭାରତରେ ୨ ହଜାର ଦୈନିକ ସଙ୍କ୍ରମଣ ଟପିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୧୫୧ ପଜିଟିଭ୍ । ଯାହାକି ଗତ ୫ ମାସରେ ସର୍ବାଧିକ । ଶେଷଥର ଗତ ଅକ୍ଟୋବର ମାସରେ ସର୍ବାଧିକ ୨୨୦୮ ସଙ୍କ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ୍ ହାର ରହିଛି ୧ ଦଶମିକ ୫୧ % । ଗତ ୨୪ ଘଣ୍ଟାରେ କରୋନାରେ ୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । କେରଳ, ମହାରାଷ୍ଟ୍ରରୁ ୩ ଜଣ ଲେଖାଏଁ , କର୍ଣ୍ଣାଟକରୁ ଜଣେ ମୃତ୍ୟୁବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here