ଗୋଟିଏପଟେ ନିର୍ବାଚନୀ ମେଣ୍ଟ ପାଇଁ ଦୁଇ ଦଳ ଭିତରେ କସରତ ଚାଲିଥିବା ବେଳେ ଆଜି ନିର୍ବାଚନ କମିଶନଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ବିଜେଡି ଉପରେ ପ୍ରହାର କରିବାକୁ ଚେଷ୍ଟା କରିଛନ୍ତି । ଦଳର ରାଜ୍ୟ ଉପସଭାପତି ଲୋଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଦେଇଥିବା ଦାବିପତ୍ରରେ ତିନିବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ଥିବା ଅଧିକାରୀମାନଙ୍କୁ ବଦଳି କରିବାକୁ ଜଣାଇଛନ୍ତି । କ୍ଷମତାସୀନ ବିଜେଡି ସରକାରୀ ଅଫିସରଙ୍କୁ ମାଧ୍ୟମ କରି କଳେ ବଳେ କୌଶଳେ ନିର୍ବାଚନ ଜିତିବାକୁ ଉଦ୍ୟମ କରୁଥିବାର ଅଭିଯୋଗ କରିଛି ବିଜେପି । ତେଣୁ ଆସନ୍ତା ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବାକୁ ହେଲେ ଦୀର୍ଘବର୍ଷ ଧରି ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିବା ଅଧିକାରୀମାନଙ୍କୁ ଅନ୍ୟତ୍ର ବଦଳି କରିବାକୁ ସେ ଦାବି ଜଣାଇଛନ୍ତି । ଏପରିକି ନିର୍ଦ୍ଧିଷ୍ଟ କିଛି ଅଧିକାରୀଙ୍କ ତାଲିକା ମଧ୍ୟ ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛନ୍ତି । କ୍ଷମତାସୀନ ଦଳ ପାଇଁ ଏହି ଅଧିକାରୀମାନେ କାର୍ଯ୍ୟ କରୁଥିବା ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here