ଚଳିତ ବିଧାନସଭା ନିର୍ବାଚନରେ ବଢିଛି ଦାଗୀ ବିଧାୟକଙ୍କ ସଂଖ୍ୟା । ୨୦୧୪ ବିଧାନସଭା ନିର୍ବାଚନରେ ଏହି ସଂଖ୍ୟା ୫୨ ଥିବା ବେଳେ ଚଳିତ ଥର ଏହା ୬୭ କୁ ବୃଦ୍ଧି ପାଇଛି । ଅନୁପାତ ହାରରେ ସବୁଠୁ ଅଧିକ ଦାଗୀ ବିଧାୟକ କଂଗ୍ରେସରେ ଥିବା ବେଳେ ସଂଖ୍ୟାରେ ଶାସକ ଦଳ ବିଜେଡି ଆଗରେ ରହିଛି ବୋଲି ଏଡିଆର୍  ପକ୍ଷରୁ ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି ।

ଏଡିଆର୍ ରିପୋର୍ଟ ଅନୁଯାୟୀ ୨୦୧୯ ବିଧାନସଭା ନିର୍ବାଚନରେ ଓଡିଶାରୁ ବିଜୟୀ ହୋଇଥିବା ୧୪୬ ବିଧାୟକଙ୍କ ମଧ୍ୟରୁ ୬୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ହତ୍ୟା, ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସାଂଘାତିକ ଅଭିଯୋଗ ବି ରହିଛି ୪୯ ଜଣ ବିଧାୟକଙ୍କ ନାଁରେ । ଶାସକ  ବିଜୁ ଜନତା ଦଳରୁ ଏଥର ନିର୍ବାଚନରେ ବିଜୟୀ ହୋଇଥିବା ୧୧୨ ବିଧାୟକଙ୍କ ମଧ୍ୟରୁ   ୪୬ ଜଣ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏଥିମଧ୍ୟରୁ  ୩୩ ଜଣଙ୍କ ନାଁରେ ହତ୍ୟା, ଅପହରଣ ଓ ହତ୍ୟା ଉଦ୍ୟମ ଭଳି ସାଘାଂତିକ ଅଭିଯୋଗ ରହିଛି । ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନାଁରେ ୨୯ଟି, ବିଜେଡିର ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ନାଁରେ ୧୦ ଟି , ଖଣ୍ଡପଡାରୁ ନବନିର୍ବାଚିତ ବିଧାୟକ ସୋମ୍ୟରଞନ ପଟ୍ଟନାୟକଙ୍କ ନାଁରେ ୧୯ ଟି , ବେଗୁନିଆ ବିଜେଡି ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନାଁରେ ୧୮ ଟି,  ରାଉରକେଲା ବିଜେଡି ବିଧାୟକ ସାରଦା ପ୍ରଶନ୍ନ ନାୟକଙ୍କ ନାଁରେ ୯ ଟି, ବାଙ୍ଗିରପୋଷିର ବିଜେଡି ବିଧାୟକ ସୁଦାମ ମାରାଣ୍ଡିଙ୍କ ନାଁରେ ୧୧ ଟି  ଏବଂ ପିପିଲି ବିଧାୟକ ପ୍ରଦୀପ ମହାରଥିଙ୍କ ନାଁରେ ୫ଟି ଅପରାଧିକ ମାମଲା ରହିଛି ।    ସେହିପରି ଚଳିତ ନିର୍ବାଚନରେ ଓଡିଶାରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିର ବିଜୟୀ ୨୩ ବିଧାୟକଙ୍କ ମଧ୍ୟରୁ ୧୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି  । ସେଥିମଧ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ୂ୧୧ ଟି , ପ୍ରକାଶ ସୋରେନ ବାରିପଦା ବିଜେପି ବିଧାୟକଙ୍କ ନାଁରେ ୫ ଟି ଓ ରେଙ୍ଗାଲିର ବିଜେପି ବିଧାୟକ ନାଉରି ନାୟକଙ୍କ ନାଁରେ ୬ ଟି ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରେ  ଚଳିତ ବିଧାନସଭା ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସର ୭ ବିଜୟୀ ବିଧାୟକଙ୍କ ମଧ୍ୟରୁ ୬ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତିଙ୍କ ନାଁରେ ୧୩ ଟି , ବାରବାଟି-କଟକ ରୁ ନବନିର୍ବାଚିତ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ୧୩ ଟି ଏବଂ ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନାଁରେ ସର୍ବାଧିକ ୫୧ ଟି ଅପରାଧିକ ମାମଲା ରହିଛି ।

LEAVE A REPLY

Please enter your comment!
Please enter your name here