ପୁଲୱାମାରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଜୁନ ୧୭ ତାରିଖରେ ପୁଲୱାମାରେ  ଯବାନଙ୍କ ଗାଡି ଉପରକୁ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ  ସହିଦ ହୋଇଥିଲେ ଅଜିତ କୁମାର ସାହୁ । ଢେଙ୍କାନାଳ କାମାକ୍ଷାନଗରର ବଡସୁଆଳ ଗ୍ରାମର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ ୨୦୧୫ ରେ ସେନାରେ ଯୋଗ ଦେଇଥିଲେ ।   ଅଜିତ ଦେଶପାଇଁ ସହିଦ ହୋଇଥିବା ଖବର ଆସିବା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଟୁଇଟ ମାଧ୍ୟମରେ ଶୋକ ସମ୍ପଦ ପରିବାର ପ୍ରତି ସମବେଦନା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here