ଗତ କିଛିଦିନ ହେବ କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ଘଟଣା ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଶୁକ୍ରବାର ୧୨ ଘଂଟିଆ କୋଣାର୍କ ବନ୍ଦ ଡାକରା ଦେଇଛି । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି । ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ କର୍ମୀମାନେ ପିକେଟିଂକୁ ଜୋରଦାର କରିଛନ୍ତି । କୋଣାର୍କ ଭଳି ବିଶ୍ୱ ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଦୀର୍ଘ ୧୦ ଦିନ ଧରି ଦୁଷ୍କର୍ମ କରାଯାଇଥିଲା । କୋଣାର୍କରେ ଦେହ ବ୍ୟବସାୟ ଚାଲିଥିବା ନେଇ ଯୁବତୀ ଜଣକ ଥାନାରେ ଏତଲା ଦେଇଥିଲେ । ଯାହାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମହିଳାମାନେ । ଦଳୀୟ କର୍ମୀମାନେ ପିକେଟିଂ କରି ସ୍କୁଲ, କଲେଜ, ଦୋକାନ ବଜାରକୁ ବନ୍ଦ କରିଛନ୍ତି । ବନ୍ଦ ଯୋଗୁଁ କୋଣାର୍କରୁ ପୁରୀ, କାକଟପୁର ଓ ଭୁବନେଶ୍ୱରକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାଗୁଡ଼ିକରେ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ଫଳରେ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ବିଶେଷଭାବରେ ପ୍ରଭାବିତ ହୋଇଛନ୍ତି । ଏହି ବନ୍ଦକୁ ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ନାଗରିକ ସମର୍ଥନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here