କେନ୍ଦ୍ରାପଡା: ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ମୃତ। କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାରଡାଙ୍ଗ ନାଉରି ସାହିରେ ଏହି ଅଭାବନୀୟ କାଣ୍ଡ ଘଟିଛି। ମୃତକ ଜଣକ ହେଉଛନ୍ତି ସମ୍ପୃକ୍ତ ପରିବାରର ସାନଭାଇ, ଯିଏ ବୃତ୍ତିରେ ଜଣେ ଡାକ୍ତର ଥିଲେ। ସୂଚନା ଅନୁସାରେ, ଜମିଜମା ଗଣ୍ଡଗୋଳରୁ ବଡ଼ଭାଇଙ୍କ ପରିବାର ଓ ସାନଭାଇଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବଡ଼ଭାଇ ଓ ତାଙ୍କ ପରିବାର ଲୋକେ ସଙ୍ଘବଦ୍ଧ ଭାବେ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ମହାକାଳପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଅଭୟଙ୍କ ସମେତ ମୋଟ ୪ ଜଣଙ୍କୁ ଅଟକ ରଖିଛି।

LEAVE A REPLY

Please enter your comment!
Please enter your name here