ଭାରତ ପାଖରେ 9 ପ୍ରକାରର ମିସାଇଲ୍ ରହିଛି. ଅଗ୍ନି 3 ଭଳି ଅଧିକ ଦୂରଗାମୀ ମିସାଇଲ ରହିଛି, ଯାହା 3 ହଜାରରୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ଭେଦ କରିପାରିବ.

ପାକିସ୍ତାନ ପାଖରେ ମଧ୍ୟମ ଦୂରଗାମୀ ମିସାଇଲ୍ ରହିଛି, ଯାହା ସର୍ବାଧିକ 2 ହଜାର କିଲୋମିଟର ଭେଦ କରିପାରିବ. (ଓ୍ବାସିଂଟନର ସିଏସଆଇଏସ ରିପୋର୍ଟ ଅନୁଯାୟୀ)

 

ଭାରତ ପାଖରେ 130ରୁ 140 ନ୍ୟୁକ୍ଲିଅର ଓ୍ବାରହେଡ ରହିଛି.

ପାକିସ୍ତାନ ପାଖରେ ନ୍ୟୁକ୍ଲିଅର ପରିବହନକାରୀ କ୍ଷୁଦ୍ର ଦୂରଗାମୀ ମିସାଇଲ ରହିଛି, ଯାହା 50ରୁ 100 କିଲୋମିଟର ଯାଏ ଲକ୍ଷ୍ୟ ଭେଦ କରିପାରିବ. ପାକିସ୍ତାନ ପାଖରେ  140ରୁ 150 ଟି  ନ୍ୟୁକ୍ଲିଅର ଓ୍ବାର ହେଡ୍ ରହିଛି.

 

ପଦାତିକ ବାହିନୀରେ ଭାରତର 12 ଲକ୍ଷ ସୁଦକ୍ଷ ସୈନିକ ଓ  3565ଟି ଯୁଦ୍ଧ ଟ୍ୟାଙ୍କ ଥିବା ବେଳେ ପାକିସ୍ତାନର  5 ଲକ୍ଷ 60 ହଜାର ସୈନିକ ଓ  2496 ଯୁଦ୍ଧ ଟ୍ୟାଙ୍କ ରହିଛି. ଭାରତ ପାଖରେ  9719 ଆର୍ଟିଲେରୀ ବନ୍ଧୁକ ଥିବା ବେଳେ ପାକିସ୍ତାନ ପାଖରେ 4472ଟି ରହିଛି.

 

ଭାରତର ବାୟୁସେନାରେ 1ଲକ୍ଷ 27 ହଜାର 200 ସୈନିକ, 814 କମ୍ବାଟ ଏୟାରକ୍ରାଫ୍ଟ ଥିବା ବେଳେ ପାକିସ୍ତାନ ପାଖରେ 425 କମ୍ବାଟ ଏୟାରକ୍ରାଫ୍ଟ ରହିଛି. ସେନା ସଂପର୍କରେ ତଥ୍ୟ ଉପଲବ୍ଧ ନୁହେଁ.

 

ସେହିପରି ନୌବାହିନୀରେ ଭାରତର 67,700 ସେନା ରହିଛନ୍ତି. ଗୋଟିଏ ଏୟାରକ୍ରାଫ୍ଟ ପରିବହନକାରୀ ଜାହଜ, 16 ବୁଡା ଜାହଜ, 16 ଡେଷ୍ଟ୍ରୟର, 13 ଫ୍ରାଇଗେଟ, 106 ପାଟ୍ରୋଲିଂ, 75 କମ୍ବାଟ କାପାବୁଲ ଏୟାରକ୍ରାଫ୍ଟ ରହିଛି. ପାକିସ୍ତାନ ପାଖରେ 9 ଫ୍ରାଇଗେଟ, 8 ସବମାରାଇନ, 17 ପାଟ୍ରୋଲିଂ, 8 କମ୍ବାଟ କାପାବୁଲ ଏୟାକ୍ରାଫ୍ଟ ରହିଛି

LEAVE A REPLY

Please enter your comment!
Please enter your name here