ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଗୋଟିଏ ଧମକପୂର୍ଣ୍ଣ ମେଲ୍ ଆସିଛି. ଏହି ଧମକ ଅଫିସିଆଲ ମେଲ୍ ଆଇଡିକୁ ଗତ 9 ତାରିଖରେ ଆସିଥିବା ସୂଚନା ମିଳିଛି. ଯେଉଁଥିରେ ଲେଖା ଅଛି- ‘ଯଦି ଝିଅକୁ ବଞ୍ଚେଇପାରୁଛ ତ ବଞ୍ଚାଅ. ଆମେ ତାକୁ ଅପହରଣ କରିଦେବୁ’. ଏ ପର୍ଯ୍ୟନ୍ତ ଇ-ମେଲ୍ ପଠେଇଥିବା ବ୍ୟକ୍ତି ବିଷୟରେ କିଛି ଜଣାପଡିନଥିବା ବେଳେ ଦିଲ୍ଲୀ ପୋଲିସ କେଜରିୱାଲଙ୍କ ଝିଅ ହର୍ଷିତା କେଜରିୱାଲଙ୍କ ସୁରକ୍ଷାକୁ ବଢେଇ ଦେଇଛି. ସୁରକ୍ଷାରେ ପିଏସଓଙ୍କୁ ମୁତୟନ କରାଯାଇଛି. ବର୍ତ୍ତମାନ ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସର ସାଇବର ସେଲକୁ ଏହି ମାମଲା ହସ୍ତାନ୍ତର କରାଯାଇଛି.

LEAVE A REPLY

Please enter your comment!
Please enter your name here