ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୫୦ ଛାତ୍ରଛାତ୍ରୀ ଅସୁସ୍ଥ । ଘଟଣା ଘଟିଛି ବୌଦ୍ଧ କଣ୍ଟାମାଲ ବ୍ଲକ ଲୁକାପଡା ପ୍ରାଇମେରୀ ସ୍କୁଲରେ । ଗୁରୁତର ଛାତ୍ରଛାତ୍ରୀ ମାନଙ୍କୁ ମନମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ ଉକ୍ତ ଛାତ୍ରଛାତ୍ରୀ ମାନେ ମଧ୍ୟାନ ଭୋଜନ ଖାଇବା ପରେ ପ୍ରଥମେ ତାଙ୍କର ବାନ୍ତି ହୋଇଥିଲା । ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମେଡିକାଲକୁ ଅଣାଯାଇଛି ।