ମହାକାଶର ସ୍ଥିତି କଣ? ପୂର୍ବରୁ କଣ ଥିଲା ମହାକାଶ? ଆଉ ଏହାର ସୃଷ୍ଟି କେମିତି ହେଲା? ଜଣେ ସାଧାରଣ ପିଲା ମୁଣ୍ଡକୁ ଏମିତି ପ୍ରଶ୍ନ ସହଜରେ ଆସି ନଥାଏ । ମାତ୍ର ମହାକାଶକୁ ନେଇ ଏମିତି ଅନେକ ପ୍ରଶ୍ନର ତ୍ୱରିତ ଉତ୍ତର ଦେଉଛନ୍ତି ରାୟଗଡାର ବିସ୍ମୟ ବାଳକ ବିଭୂନନ୍ଦନ । ବିଭୂନନ୍ଦନ ନାଥ । ବୟସ ସାତବର୍ଷ ଛ ମାସ । ମାତ୍ର ମହାକାଶ ଆଉ ସୌର ମଣ୍ଡଳ ବିଷୟରେ ଅଜସ୍ର ଗ୍ୟାନ । ବ୍ଲାକ୍ ହୋଲ୍ କଣ, ଆଉ କସମିକ ବା ଦୁଇଟି ତାରା ମିଶିଲେ କେଉଁ ପ୍ରକାର ଆଲୋକ ଜାତ ହୁଏ, ତାର ଉତ୍ତର ବି ବିଭୂନନ୍ଦନଙ୍କ ପାଖରେ । ସୌରମଣ୍ଡଳର ସୃଷ୍ଟି ରହସ୍ୟଠୁ ଆରମ୍ଭ କରି ଯେକୌଣସି ବିଷୟରେ ଗ୍ୟାନକୁ ସେ ବିନା ଶିକ୍ଷକରେ ଆହରଣ କରିପାରିଛନ୍ତି । ଅନବରତ ଭାବେ ଗୁଗୁଲ ଓ ୟୁ ଟୁବ ସର୍ଚ୍ଚ କରି ନାସା ବିସୟରେ ଜାଣିବାକୁ ପାଇଛନ୍ତି ଏହି ବିସ୍ମୟ ବାଳକ । ନିଜ ଘରକୁ ଆସୁଥିବା ଟ୍ୟୁସନ ସାରଙ୍କୁ ଏମିତି ପ୍ରଶ୍ନ କରୁଛନ୍ତି ଯେ, ନିଜେ ସାର୍ ମଧ୍ୟ ବିଭୂନନ୍ଦନର ଉତ୍ତର ରଖିପାରୁନାହାଁନ୍ତି । ଭବିଷ୍ୟତରେ ସେ ନାସାକୁ ଯାଇ ସେଠାରେ ଗବେଷଣା କରିବାକୁ ଇଛା ପ୍ରକାଶ କରିଛନ୍ତି । ଜଣେ ଭଲ ବୈଗ୍ୟାନିକ ହୋଇ ମଙ୍ଗଳ ଗ୍ରହରେ ବୃକ୍ଷ ରୋପଣ କରିବା ପାଇଁ ଉଦ୍ୟମ କରିବି ବୋଲି ବିଭୂନନ୍ଦନ କହିଛନ୍ତି । ତେବେ ବିଭୂନନ୍ଦନଙ୍କ ମନରେ ମହାକାଶ ସଂପର୍କରେ ଜାଣିବା ପାଇଁ ଏଭଳି କୌତୁହଳ ତାଙ୍କୁ ନାସାବୟର ପରିଚୟ ଆଣିଦେଇଛି ।

LEAVE A REPLY

Please enter your comment!
Please enter your name here