ବିଜେପିରେ ଯୋଗ ଦେଇପାରନ୍ତି ବିଜେଡି ଛାଡିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୋଦିଙ୍କ ଏହି କାର୍ଯ୍ୟକ୍ରମରେ ବୈଜୟନ୍ତ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଶାସକ ବିଜେଡିରୁ ନିଲମ୍ବିତ ହେବାର ୬ମାସ ପରେ ବି ବୈଜୟନ୍ତଙ୍କ ରାଜନୈତିକ କାର୍ଯ୍ୟପନ୍ଥାକୁ ନେଇ ଚର୍ଚ୍ଚା ହୋଇଆସୁଛି । ଏପରିକି କଂଗ୍ରେସ ଆଡ଼କୁ ଢ଼ଳୁଥିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଥିଲା । ତେବେ ଏଥିରେ ପୂର୍ଣ୍ଣଛେଦ ପକାଇ ବିଜେପି ଶିବିରକୁ ଯାଉଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।

ସୁଚନା ଅନୁସାରେ ଦଳ ବିରୋଧୀ କାର୍ୟ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଆଉ ବିଜେଡିରୁ ନିଲମ୍ବିତ ହୋଇଥିଲେ ପୂର୍ବତନ ସା˚ସଦ ବୈଜୟନ୍ତ ପଣ୍ତା । ତେବେ ବୈଜୟନ୍ତ ପଣ୍ଡା କେଉଁ ଦଳରେ ମିଶିବେ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡ଼ିର ବରିଷ୍ଠ ନେତା ଦାମ ରାଉତ ଦଳରୁ ନିଲମ୍ବିତ ହେବା ପରେ ତାଙ୍କ ସହ ମିଶି ଦଳ ଗଢ଼ିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । କିନ୍ତୁ ସେପରି କିଛି ହେଲାନାହିଁ । ତେବେ ବୈଜୟନ୍ତ ପଣ୍ଡା ବିଜେପିରେ ସାମିଲ ହେବା ପରେ ବିଜେଡ଼ିକୁ ଏକ ଶକ୍ତ ଧକ୍କା ଦେବ ବୋଲି ଆକଳନ କରାଯାଉଛି । ତେବେ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି ବୈଜୟନ୍ତ ପଣ୍ଡା ।

LEAVE A REPLY

Please enter your comment!
Please enter your name here