ଭୁବନେଶ୍ୱରରେ ଆଉ ୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୦ ଓ ଅନ୍ୟ ଲୋକାଲ ୪ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି । ଲୋକାଲ କଣ୍ଟାକ୍ଟରେ ଗୋଟିଏ ଘରୋଇ ହସ୍ପିଟାଲର ୩ ମହିଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖଣ୍ଡଗିରି ଅଞ୍ଚଳର ଜଣେ ମହିଳା ମଧ୍ୟ ଲୋକାଲ କଣ୍ଟାକ୍ଟରେ ସଙ୍କ୍ରମିତ । ଏୟାରପୋର୍ଟ କଲୋନୀ , କୋଳଥିଆ ପିପିଏଲ କଲୋନୀରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସାଲିଆ ସାହି ଶ୍ରୀକୃଷ୍ଣ ନଗର କ୍ୱାରେଣ୍ଟିନ୍ କେନ୍ଦ୍ରରୁ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବିଶାଖାପାଟଣା ଲିଙ୍କ୍‌ରେ ଆଉ ୨ ଆକ୍ରାନ୍ତ ମଧ୍ୟ ଚିହ୍ନଟ । ଅନ୍ୟ ଜିଲ୍ଲା ପଜିଟିଭ୍ ଲିଙ୍କ୍‌ରେ ଜଣେ ମହିଳା କ୍ୱାରେଣ୍ଟିନ୍ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର ଓ ବରମୁଣ୍ଡା ଏଚବି କଲୋନିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ମଞ୍ଚେଶ୍ୱରର ଏକ ଖବର କାଗଜ ଅଫିସ ପାଖରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀରୁ ଜଣେ ଓ ଅନ୍ୟ ଜଣେ ରେଲୱେ ଷ୍ଟାଫ ମଧ୍ୟ ସଙ୍କ୍ରମିତ ହୋଇଛନ୍ତି । ଭୁବନେଶ୍ୱରର ୧୫ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ମଧ୍ୟ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here