ଆଜି ରାଜ୍ୟରେ ଆଉ ଦୁଇ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି । ସେହିପରି ରାଜ୍ୟରେ ଗୋଟିଏ ଦିନରେ ୫୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରୁ ୪୨୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୩୬ ରହିଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୮୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦ୍ୱିତୀୟ ସର୍ବାଧିକ ଭାବେ କଟକରୁ ୮୧ ଓ ରାୟଗଡାରୁ ୭୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୨୬, ବରଗଡରୁ ୨୧, ବଲାଙ୍ଗିରରୁ ୧୯, ମୟୂରଭଞ୍ଜରୁ ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୮, ଜଗତସିଂହପୁର ଓ କେନ୍ଦୁଝରରୁ ବାହାରିଛନ୍ତି ୬ ଲେଖାଏଁ ପଜିଟିଭ୍ । ସେହିପରି କଳାହାଣ୍ଡିରୁ ୫, କୋରାପୁଟରୁ ୪, ଯାଜପୁର , ସୁନ୍ଦରଗଡ , ଢେଙ୍କାନାଳରୁ ୩ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା, କେନ୍ଦ୍ରାପଡାରୁ ୨ ଲେଖାଏଁ ପଜିଟିଭ୍ ବାହାରିଥିବାବେଳେ ପୁରୀ ଓ ଭଦ୍ରକରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପଜିଟିଭଙ୍କ ଭିତରେ ଜଣେ ଏନଡିଆରଏଫ ଯବାନ ଅଛନ୍ତି । ଏଥିସହ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here