ଭୁବନେଶ୍ୱରରେ ଚାଞ୍ଚଲ୍ୟ । ରାଜଧାନୀ ରାସ୍ତାକଡରେ ମୁଣ୍ଡ ବିହୀନ ଶବ । କିଏ ଏହି ମହିଳା , ମର୍ଡରର କିଏ । ସେସବୁ ତଦନ୍ତ ଚଳାଇଛି ପୋଲିସ । ଭୁବନେଶ୍ୱର ଭରତପୁର ଚନ୍ଦକା ରାସ୍ତାର ଦାସପୁର ପାଖରେ ଅଚିହ୍ନା ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ମହିଳାଙ୍କର ପରିଚୟ ମିଳିପାରିନାହିଁ । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫରେନସିକ ଟିମ୍ ପହଁଞ୍ଚି ତଦନ୍ତ ଚଳାଇଛନ୍ତି । ମୃତଦେହ ପାଖରୁ ଛୁରୀ , ଗ୍ଲୋବ୍ସ ମିଳିଛି । ତଦନ୍ତ ଲାଗି ଏସବୁକୁ ଫରେନ୍ସିକ ଟିମ୍ ସଂଗ୍ରହ କରିଛି । ଏହାଛଡା ମଦ ବୋତଲ ମିଳିଥିବାରୁ ଦୃବୁର୍ତ୍ତ ମଦ ପିଇବା ପରେ ମହିଳାଙ୍କୁ ହତ୍ୟା କରିଥିବାନେଇ ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here