କାର୍ତ୍ତିକ ମାସରେ ଚାଷି ବିଲରୁ ଚାଷ ଅମଳ କରି ଘରକୁ ଆଣିବା କଥା, କିନ୍ତୁ ଚଳିତ ବର୍ଷ ବର୍ଷା କମ୍ ହୋଇଥିବା ଯୋଗୁଁ କଳାହାଣ୍ଡି ଜିଳ୍ଳା ଗୋଲାମୁଣ୍ଡାରେ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଧାନ ବିଲ ସବୁ ଫାଟି ଆଁ କରିଥିବାବେଳେ ମରୁଡିଯୋଗୁଁ ଚାଷିର ମେରୁଦଣ୍ଡ ଭାଙ୍ଗିଯାଇଛି । କରଜ କରି ଚାଷ କରୁଥିବା ଚାଷୀ ଏବେ ଦୁଃଖରେ ଭାଙ୍ଗି ପଡିଛି । କେମିତି ପରିବାର ପୋଷଣ କରିବା ସହ ଋଣ ସୁଝିବ ସେନେଇ ଚିନ୍ତାରେ ଚାଷୀ । ଗୋଳାମୁଣ୍ଡା ଅଞ୍ଚଳ ଏକ ମରୁଡି ପ୍ରବଣ ଅଞ୍ଚଳ ହୋଇଥିବା ବେଳେ ଏଠାରେ କୌଣସି ଜଳସେଚନ ପ୍ରକଲ୍ପର ସୁବିଧା ନାହିଁ । କେବଳ ବର୍ଷାଜଳ ଉପରେ ଚାଷ ନିର୍ଭର କରିଥାଏ ଚାଷୀ ।
ଅନ୍ୟପଟେ ଉକ୍ତ ବ୍ଲକର କିଛି ଗ୍ରାମ ପଞ୍ଚାୟତରେ ମରୁଡି ପରିସ୍ଥିତି ଦେଖାଯାଇଛି ବୋଲି ଗୋଲାମୁଣ୍ଡା ବ୍ଲକ କନିଷ୍ଠ କୃଷିଅଧିକାରୀ ସ୍ୱିକାର କରିଛନ୍ତି ଏହି ବ୍ଲକରେ ୨୪୩୩୭ ହେକ୍ଟର ଧାନଚାଷ ହୋଇଥିବା ବେଳେ ୮୦୦୦ ରୁ ଉଦ୍ଧହେକ୍ଟର ଜମି ମରୁଡିରେ ଧାନଚାଷ ସଂପୁର୍ଣ୍ଣ ନଷ୍ଠ ହୋଇଥିବା ସେ କହିଛନ୍ତି ।
ତେବେ ସରକାର ଗୋଲାମୁଣ୍ଡା ଅଞ୍ଚଳ ପ୍ରତି ଦୃଷ୍ଟିଦେଇ ଚାଷିଙ୍କୁ କ୍ଷତିପୁରଣ ଦେବା ସହ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଏଅଞ୍ଚଳର ଚାଷି ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here