ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଲପଡା ଶଙ୍ଖ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି. ଫଳରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି. ସୂଚନା ଅନୁସାରେ, ବ୍ରହ୍ମପୁରଠାରୁ ଅଙ୍ଗାର ଗାଁ ଅଭିମୁଖେ ଯାଉଥିବା ଦକ୍ଷିଣେଶ୍ୱର ନାମକ ଏକ ବସ ଜଣେ ବାଇକ ଆରୋହୀଙ୍କୁ ପଛରୁ ଧକ୍କା ଦେଇଥିଲା. ଫଳରେ ସେ ତଳେ ପଡିଯାଇଥିଲେ. ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା. ତେବେ ଗୁରୁତର ଜଣକ ବୁରୁଝୁରି ପଞ୍ଚାୟତର ପବନା ଦାସ ବୋଲି ଜଣାପଡିଛି. ଖବର ପାଇବା ପରେ ବେଗୁନିଆପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here