ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ଡିସେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିବ ଭୁବନେଶ୍ୱର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ (BIFF) ୨୦୨୬। ଏନେଇ ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ର ମହୋତ୍ସବ ମାଧ୍ୟମରେ ଓଡ଼ିଶାକୁ ଅନ୍ତର୍ଜାତୀୟ ସିନେମା ଜଗତ ସହ ଯୋଡ଼ିବା ସହ ବିଭିନ୍ନ ଦେଶର ଚଳଚ୍ଚିତ୍ର ନିର୍ମାତା, କଳାକାର ଓ ସିନେପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ଲକ୍ଷ୍ୟ ରଖାଯାଇଛି। ଚଳଚ୍ଚିତ୍ର କଳାର ପ୍ରୋତ୍ସାହନ, ସୃଜନଶୀଳତାର ବିକାଶ ଏବଂ ବିଭିନ୍ନ ସଂସ୍କୃତି ମଧ୍ୟରେ ଭାବ ବିନିମୟ ପାଇଁ ଏହା ଏକ ନୂଆ ସୁଯୋଗ ସୃଷ୍ଟି କରିବ।ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଏହି ତିନିଦିନିଆ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ଚଳଚ୍ଚିତ୍ରର ପ୍ରଦର୍ଶନ ସହ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସିନେମା ଜଗତର ବିଭିନ୍ନ ପ୍ରତିଭାଙ୍କୁ ଏକ ମଞ୍ଚ ମିଳିବାର ଆଶା ରହିଛି।ଆୟୋଜକଙ୍କ ଅନୁସାରେ, ଏହା ଓଡ଼ିଶାର ପ୍ରଥମ ପେସାଦାର ଢାଞ୍ଚାରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଚଳଚ୍ଚିତ୍ର ମହୋତ୍ସବ ହେବ।ଅନ୍ତର୍ଜାତୀୟ ସ୍ତରର ମାନଦଣ୍ଡ ଓ ଦୃଷ୍ଟିକୋଣକୁ ଆଧାର କରି ଏହି ମହୋତ୍ସବର ରୂପରେଖ ପ୍ରସ୍ତୁତ କରାଯାଇଛି।

LEAVE A REPLY

Please enter your comment!
Please enter your name here