ସୋଶିଆଲ ମିଡିଆରେ ଭାଇରାଲ୍ ହୋଇଛି ପୁରୀ ଗଜପତି ମହାରାଜାଙ୍କ ସହ ଯୁବରାଜଙ୍କ ଫଟୋ | ଏହି ଫଟୋ ଭାଇରାଲ୍ ହେବା ପରେ ଏବେ ଫୋନରୁ ଫୋନ ଘୁରି ବୁଲୁଛି | ଫଟୋରେ ଗଜପତି ମହାରାଜା ଓ ମହାରାଣୀ ଥିବା ଦେଖିବାକୁ ମିଳିଛି | ଫଟୋଟି ସୋଶାଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ତାଙ୍କୁ ପୁରୀର ନୂଆ ଯୁବରାଜ କହି ଭାଇରାଲ୍ କରାଯାଇଥିଲା | ତେବେ ଭାଇରାଲ୍ ହୋଇଥିବା ଫଟୋକୁ ନେଇ ପୁରୀ ରାଜା ନଅର ପକ୍ଷରୁ ସ୍ପଷ୍ଟି କରଣ ଦିଆଯାଇଛି | ଏହା ସମ୍ପୂର୍ଣ ଗୁଜବ, ଏଥିସହ ଏହି ଫଟୋ ୨୦୧୬ ମସିହାର | ଏଥିସହ ଛିଡା ହୋଇଥିବା ଯୁବକ ଜଣେ ଯୁବରାଜ କିନ୍ତୁ ସେ ପୁରୀର ଯୁବରାଜ ନୁହନ୍ତି | ସେ ନୀଳଗିରି ଯୁବରାଜ ଟିକାୟତ୍ ଜନ୍ମେଜୟ ମର୍ଦ୍ଦରାଜ | ୨୦୧୬ ମସିହାରେ ତାଙ୍କ ନିର୍ବନ୍ଧ ସମୟରେ ଏହି ଫଟୋଟିକୁ ଉତୋଳନ କରାଯାଇଥିଲା | ତେବେ ଏନେଇ ମଧ୍ୟ ନୀଳଗିରି ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ମଧ୍ୟ ନିଜ ପ୍ରିତିକ୍ରୀୟା ରଖିଛନ୍ତି | ଏହି ଫଟୋ ଟି ୨୦୧୬ ମସିହାର ହୋଇଥିବା ବେଳେ, କେହି ଜଣେ ଦୁର୍ବୁତ୍ତ ବଦମାସୀ କରି ଢେଙ୍କାନାଳ ରାଜାଙ୍କ ଫଟୋକୁ ଡିଲିଟ କରି ଏଡିଟ କରି ଭାଇରାଲ୍ କରିଛି |

LEAVE A REPLY

Please enter your comment!
Please enter your name here