ମହାମାରୀ କରୋନାକୁ ନେଇ ଲୋକମାନଙ୍କ ମଧ୍ୟରେ ଆଉ ଭୟ ନାହିଁ । କରୋନା ସହ ଲଢେଇ କରିବେ ଏବଂ ସମସ୍ତେ ଜିତିଯିବେ ବୋଲି ଆଶା । କିନ୍ତୁ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ଦେଖି ଟିକେ ଛାନିଆ ହୋଇଯାଉଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ କରୋନାରେ ୧୦ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ ୨ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବାଲେଶ୍ୱର, କଳାହାଣ୍ଡି, ଗଞ୍ଜାମ, ମୟୂରଭଞ୍ଜ, ସୁବର୍ଣ୍ଣପୁରରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା୬୨୬କୁ ବୃଦ୍ଧି ପାଇଛି ।
ସେହିପରି ଆଜି ୩୯୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୧୩ ପଜିଟିଭ୍ ମଧ୍ୟରୁ କ୍ୱାରେଣ୍ଟିନରୁ ୨୩୪୮ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୧୫୬୫ । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ । କରୋନାରୁ ସୁସ୍ଥ ହେଲେଣି ୧,୧୫,୨୭୯ ଏବଂ ଆକ୍ଟିଭ୍ କେସ୍ ରହିଛି ୩୪,୮୪୯ । ସେହିପରି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ-୩୮୨, ପୁରୀ-୨୧୨, ଝାରସୁଗୁଡା-୧୬୨, କେନ୍ଦ୍ରାପଡା-୧୫୬, ମୟୂରଭଞ୍ଜ-୧୪୭, ବରଗଡ-୧୪୬, ବଲାଙ୍ଗିର-୧୪୨, ସମ୍ବଲପୁର-୧୪୧, ବାଲେଶ୍ୱର-୧୩୪, ନୂଆପଡା ଓ ଯାଜପୁରରୁ ୧୨୮ ଲେଖାଏଁ ଏବଂ ଭଦ୍ରକରୁ ୧୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନବରଙ୍ଗପୁର-୧୧୨, ଝାରସୁଗୁଡା-୧୦୮, ଅନୁଗୁଳ-୧୦୩, କୋରାପୁଟ-୧୦୦,ରାୟଗଡା-୯୮, ସୁବର୍ଣ୍ଣପୁର-୯୧, ଗଞ୍ଜାମ ଓ କନ୍ଧମାଳରୁ ୮୬, କେନ୍ଦୁଝର-୭୬, ଢେଙ୍କାନାଳ-୭୪, ମାଲକାନଗିରି-୬୮, ବୌଦ୍ଧ-୬୧, କଳାହାଣ୍ଡି ଓ ନୟାଗଡରୁ ୬୦ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୩୫, ଗଜପତି-୧୬, ଦେବଗଡରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here