ରଜ ମହୋତ୍ସବ ମଞ୍ଚରେ ଏକାଠି ହେଲେ ତିନି ଦଳର ମହିଳା ନେତ୍ରୀ । ବିଜେପିର ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡିର ବିଏମସି ମେୟର ସୁଲୋଚନା ଦାସ ଏବଂ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ଏକାଠି ରଜ ପାଳିଛନ୍ତି । ଦୋଳି ଖେଳିବା ସହ ପିଠା ଖାଇଛନ୍ତି ସମସ୍ତେ । ଗତକାଲି ଶେଷ ରଜରେ ୮ ନମ୍ବର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଆୟୋଜିତ ରଜ ମହୋତ୍ସବରେ ସମସ୍ତେ ଯୋଗ ଦେଇଥିଲେ । ଛୋଟ ପିଲାଙ୍କ ସହିତ ରଜ ପାଳିଥିଲେ । ଆଗକୁ ରାଜଧାନୀ ରଜ ମହୋତ୍ସବକୁ ଖୁବ୍ ଧୂମଧାମରେ ପାଳନ କରାଯିବ ବୋଲି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here