ସରକାରୀ ବିଜ୍ଞାପନକୁ ଟାର୍ଗେଟ କରିଛି କଂଗ୍ରେସ । ବିଭିନ୍ନ ଜାତୀୟ , ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି ବୋଲି ଅଭିଯୋଗ କରିଛନ୍ତ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଛନ୍ତି, ଆକାଉଣ୍ଟାଟ୍ ଜେନେରାଲ ବି.ବସନ୍ତିଆ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ କିଭଳି ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ବ୍ୟବହାର କରାଯାଇ ବିଜ୍ଞାପନ ଛପାଯାଉଛି ସେ ନେଇ ସ୍ପଷ୍ଟିକରଣ ମାଗିଛନ୍ତି । ଏପ୍ରିଲ ୨୦୧୪ରୁ ସେପ୍ଟେମ୍ବର ୨୦୧୮ ବିଗତ ୪ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ ପକ୍କା ଘର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି । କେନ୍ଦ୍ର ଗ୍ରାମୀଣ ମନ୍ତ୍ରାଳୟ େଓବ୍ସାଇଟ୍ ମୋଟ୍ ୧୧ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଛି ବୋଲି ତଥ୍ୟ ସଂପର୍କରେ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି । ବାହାବା ନେବା ପାଇଁ ମୁଖ୍ୟମନ୍ତ୍ରୀ ୮ଲକ୍ଷ ୪୪ହଜାର ଭୃତଗୃହ ନିର୍ମାଣ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ଦାବି କରିଛି । ତେଣୁ ମୁୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ଓ ବିଜ୍ଞାପନ ଜରିଆରେ ତ୍ରୁଟି ସଂଶୋଧନ କରନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here