ଅଶାନ୍ତ ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ମେଡିକାଲ | ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଘଟଣାକୁ ନେଇ ପ୍ରକାଶ ପାଇଛି ଉତେଜନା । ଏସମ୍ପର୍କରେ ଡାକ୍ତରଙ୍କୁ କହିବାରୁ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଉତକ୍ଷିପ୍ତ ହୋଇ ଜୈନକ ରୋଗୀ ସମ୍ପର୍କୀୟଙ୍କୁ ମାଡ଼ ମାରିଥିବା ଭଳି ଘଟଣାକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ରୋଗୀ ସମ୍ପର୍କୀୟ ମଧ୍ୟ ଡକ୍ଟର ଲକ୍ଷ୍ମୀକାନ୍ତ ମହାନ୍ତଙ୍କୁ ପାଲଟା ଆକ୍ରମଣ କରିବା ଘଟଣା ମେଡିକାଲ ପରିସରରେ ଉତ୍ତେଜନା ବଢାଇଛି । ତେବେ ସୂଚନାଯୋଗ୍ୟ ଏଠାରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ଦାୟିତ୍ବ ପାଳନରେ ଅବହେଳା ପ୍ରଦର୍ଶନ, ରୋଗୀ ଏବଂ ରୋଗୀର ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବା ଭଳି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିଲା ବେଳେ ସୋମବାରର ଘଟଣା ସୀମା ଅତିକ୍ରମ କରିଥିଲା । ଯାହା ଫଳରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଏହି ମେଡିକାଲ ପରିସରରେ ଦିର୍ଘଦିନରୁ ଏପରି ସମସ୍ୟା ଲାଗି ରହିଥିବା ବେଳେ ବିଭାଗୀୟ ଉଚ୍ଚକତ୍ତୃପକ୍ଷ ଜାଣି ମଧ୍ୟ ଏହାର ସମାଧାନ କରିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିବା ଭଳି ଗୁରୁତର ଅଭିଯୋଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଦାୟିତ୍ବରେ ଥିବା ଜଣେ ଡାକ୍ତର ରୋଗୀ ସମ୍ପର୍କୀୟଙ୍କୁ ମାଡ଼ମାରିବା ଘଟଣା ଏବେ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ରୋଗୀଙ୍କ ସମ୍ପର୍କୀୟ ବର୍ତ୍ତମାନ ଡାକ୍ତରଙ୍କ ବହିଷ୍କାର ଦାବି କରିବା ସହିତ ମେଡ଼ିକାଲ ଅଧିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି ଦାବି କରିବା ସହିତ ମୃତକ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇବା ସହିତ ତାଙ୍କର ଦୁଇ ଶିଶୁକନ୍ୟାଙ୍କୁ ମଧ୍ୟ ଥଇଥାନ କରିବା ପାଇଁ ଦାବି କରିଛନ୍ତି ପରିବାରଲୋକେ ଏବଂ ସ୍ଥାନୀୟ ଅଞ୍ଚଳବାସୀ । ଯଦି ଏହାର ବ୍ୟତିକ୍ରମ ହୁଏ ତେବେ ମେଡ଼ିକାଲରେ ଆହୁରି ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here