ମୟୂରଭଞ୍ଜ ଜିଲ୍ଲାର ନୂତନ ଏସ୍ପି ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରୁ ହିଁ ନିଜର ସ୍ପଷ୍ଟ ଆଭିମୁଖ୍ୟକୁ ନେଇ ଚର୍ଚ୍ଚାରେ ଥିବା ଏସ୍ପି ପୁଣି ଥରେ ନିଜ କଡା ଆଭିମୁଖ୍ୟର ପରିଚୟ ଦେଇଛନ୍ତି | ରବିବାର ଉଦଳାଥାନା ଏଏସଆଇ ଶୁଭେନ୍ଦୁ କୁମାର ବେହେରା ମଦ୍ୟପାନ କରି ଗାଡି ଚଳାଉଥିବା ସମୟରେ ଏକ ବାଇକକୁ ଧକ୍କା ଦେଇଥିଲେ | ଯାହାଫଳରେ ୨ଜଣ ଗୁରୁତର ଆହତ ହୋଇଥିଲେ | ତେବେ ଏହି ଘଟଣାକୁ ଗୁରୁତର ସହ ନେଇ ଉକ୍ତ ଅଧିକାରୀଙ୍କୁ ମଦପିଇ ଗାଡି ଚଳାଉବା ଓ ଏକ ପୋଲିସ କର୍ମଚାରୀ ହୋଇ ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏଥିସହ ଯେଉଁ ଅଧିକାରୀ ଏହିପରି କାମ କରିବ ତା ପ୍ରତି ସମାନ ଦଣ୍ଡ ରହିବ ବୋଲି କହିଛନ୍ତି ଏସ୍ପି |

LEAVE A REPLY

Please enter your comment!
Please enter your name here