ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓଡିଶା ୱାନ୍ ପୋର୍ଟାଲ । ଘର ପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଏହା ଯୁଗାନ୍ତକାରୀ ପଦକ୍ଷେପ । ସେବା, ସମ୍ମାନ ସରକାରଙ୍କର ମୂଳ ଲକ୍ଷ୍ୟ । ଆଗକୁ ରାଜ୍ୟରେ ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର । ୮୦୦୦ ଯୁବକ ଯୁବତୀଙ୍କ ପାଇଁ ଆତ୍ମନିଯୁକ୍ତି ସୁଯୋଗ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀକୁ ରାଜ୍ୟ ପଞ୍ଚାୟତରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ ରୁ ଅଧିକ ମୋ ସେବା କେନ୍ଦ ଓ ଓଡିଶା ୱାନ ପୋର୍ଟାଲ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ସେବା ଓ ସମ୍ମାନ ଆମର ମୁଳ ଲକ୍ଷ୍ୟ । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ସାଧାରଣ ଲୋକ କେମିତି ସରଳ ସୁବିଧାରେ ଘର ପାଖରେ ସରକାରୀ ସୁବିଧା ପାଇପାରିବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ୫ଟି ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here