ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା କ୍ଷେତ୍ରରେ ମିଳିବ ସଂରକ୍ଷଣ । ଡାକ୍ତରୀ ଓ ଇଂଜିନିୟରିଂରେ ମିଳିବ ସଂରକ୍ଷଣ ବ୍ୟବସ୍ଥା । ଆଜି କ୍ୟାବିନେଟରେ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଂଜୁରୀ ମିଳିଛି । ତେବେ ଆସନ୍ତାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଏକ ଉଚ୍ଚକ୍ଷମତାସଂପନ୍ନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏହି କମିଟି କାର୍ଯ୍ୟ କରିବ । ବିଶିଷ୍ଟ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କୁ ନେଇ ଗଠିତ କମିଟି ଆସନ୍ତା ତିନିମାସ ଭିତରେ ରିପୋର୍ଟ ପ୍ରଦାନ କରିବା ପରେ ଶିକ୍ଷା କ୍ଷେତ୍ରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି । ଏହାହେଲେ ସରକାରୀ ସ୍କୁଲରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଅଭିଭାବକମାନେ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା କରାଯାଇଛି ।

LEAVE A REPLY

Please enter your comment!
Please enter your name here