କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ହକି ବିଶ୍ୱକପ ନିମନ୍ତେ ସଙ୍ଗୀତ ନିର୍ମାଣ କରୁଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଏ.ଆର ରେହମାନ ଓ ଗୀତିକାର ଗୁଲଜାର । ସୋସିଆଲ ମିଡ଼ିଆ ଜରିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏ.ଆର ରେହମାନ ଏହି ଗୀତକୁ ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ପରିବେଷଣ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗୀତର ଶୀର୍ଷକ ରହିବ ‘ଜୟ ହିନ୍ଦ ହିନ୍ଦ, ଜୟ ଇଣ୍ଡିଆ’ । ଗୁଲଜାରଙ୍କ ଏହି ରଚନାକୁ ଗ୍ରାମି ଓ ଓସ୍କାର ବିଜୟୀ ରେହମାନ ନିର୍ଦ୍ଦେଶନା ଓ ସଂଯୋଜନା କରିବା ସହ କଣ୍ଟଦାନ ମଧ୍ୟ କରିବେ । ଏ ନେଇ ଏ.ଆର ରେହମାନ କହିଛନ୍ତି ଯେ, ଦେଶର ସବୁଠାରୁ ପ୍ରିୟ ଖେଳ ଏବଂ ହକିର ସବୁଠାରୁ ବଡ ପ୍ରତିଯୋଗିତାରେ ସଂଗୀତ ନିର୍ମାଣ କରିବା ପାଇଁ ମୁଁ ଉତ୍ସାହିତ । ଏହି ସଙ୍ଗୀତ ସମସ୍ତ ଭାରତୀୟଙ୍କ ଦୃଦୟକୁ ନିଶ୍ଚିତ ରୂପେ ଛୁଇଁବ ବୋଲି ରେହମାନ କହିଛନ୍ତି । ଏହି ହକି ବିଶ୍ୱକପ୍ ମହାସମର ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଉଦଯାପିତ ହେବ ।

LEAVE A REPLY

Please enter your comment!
Please enter your name here