ବିଧାୟକଙ୍କ ବିରୋଧରେ ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଝରି ଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଭୁବନେଶ୍ବର ଜାଗମରା ଅଞ୍ଚଳର ଜଣେ ଯୁବତୀ ବିଧାୟକଙ୍କ ବିରୋଧରେ ଯୌନ ନିର୍ଯାତନା, ମାନସିକ ଅତ୍ୟାଚାର ଅଭିଯୋଗ ଆଣିଛନ୍ତି । ଏ ସଂପର୍କରେ ସେ ଗତକାଲି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ହେଁ ପୋଲିସ ଏପର୍ଯ୍ୟନ୍ତ ଏତଲା ରୁଜୁ କରି ନ ଥିବା ଜଣାପଡିଛି । ବିଜେଡି ବିଧାୟକ ପ୍ରକାଶ ମାଝୀ ସାଂସଦ ରମେଶ ମାଝୀଙ୍କ ସାନଭାଇ । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି, ବିଧାୟକଙ୍କ ଆଚରଣ ବିଧାନସଭାର ଗାରିମା କ୍ଷୁର୍ଣ୍ଣ କରିବା ସହ ପବିତ୍ର ନବରଙ୍ଗପୁର ମାଟିକୁ ଅପବିତ୍ର କରିଛି । ତେଣୁ ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ବିଜେପି ବିଧାୟକ ପ୍ରକାଶ ମାଝୀଙ୍କ ଇସ୍ତଫା ଦାବି କରିଛି ।

LEAVE A REPLY

Please enter your comment!
Please enter your name here