ଢେଙ୍କାନାଳର ବେଲଟିକିରି ଗୁଡ ନ୍ୟୁଜ ଇଣ୍ଡିଆ ସେଲ୍ଟର ହୋମରେ ଶିଶୁଙ୍କୁ ନିର୍ୟାତନା ଦିଆଯିବା ଘଟଣାକୁ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ବୁଧବାର ସନ୍ଧ୍ୟା ସୁଦ୍ଧା ଜଣାଇବା ପାଇଁ ଏନସିପିଆର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରେ ଶିଶୁଙ୍କ ପ୍ରତି ନିର୍ୟାତନାକୁ ଏନସିପିସିଆର ଆଦୌ ବରଦାସ୍ତ କରିବନାହିଁ ବୋଲି ଅଧ୍ୟକ୍ଷ ଡକ୍ଟର ପ୍ରିୟଙ୍କା କାନୁନଗୋ କହିଛନ୍ତି । ଦୋଷୀ କିପରି ଦଣ୍ଡ ପାଇବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଗୁଡ ନ୍ୟୁଜ୍ ଇଣ୍ଡିଆ ସୋସାଇଟିର ମୁଖ୍ୟ ଫୟାଜ ରେହେମାନଙ୍କୁ ପୋଲିସ ଦୁଇଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବିଦେଶୀ ଅନୁଦାନ ନେଇ ପୋଲିସ ନିକଟରେ ତଥ୍ୟ ହସ୍ତଗତ ହୋଇଛି । ତେବେ ଯୌନ ଶୋଷଣ ନେଇ ଆସିଥିବା ଅଭିଯୋଗ ଉପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରୁଛି । ଏହା ଚର୍ଚ୍ଚିତ ଓ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ପୋଲିସ ସେଇ ଆଧାରରେ ତଦନ୍ତ ଆଗକୁ ବଢାଇଛି । ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବେଲଟିକିରିଠାରେ ଗୁଡ ନ୍ୟୁଜ୍ ଇଣ୍ଡିଆ ଡ୍ରିମ ହୋମରେ ଯୌନ କେଳେଙ୍କାରୀ ଚାଲିଥିବା ନେଇ ଖୋଦ୍ ଆଶ୍ରୟଗୃହର ଶାଖା ପରିଚାଳକ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଗଣମାଧ୍ୟମରେ ପ୍ରକାଶ କରିବା ପରେ ଗୋଟିକ ପରେ ଗୋଟିଏ ଗୁମର ଫିଟିଥିଲା । ସଂସ୍ଥାର ମୁଖ୍ୟ ଅଧ୍ୟକ୍ଷ ଫୟାଜ ରେହେମାନ ନାବାଳିକାଙ୍କୁ କୁଣ୍ଢାଇ ଚୁମ୍ବନ ଦେବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା । ଏହି ଘଟଣାରେ ଢେଙ୍କାନାଳ ପୋଲିସ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା । ବିଦେଶରୁ ଟଙ୍କା ଆସୁଥିବା ଫୟାଜ ସ୍ୱୀକାର କରିଛି । ସେହିପରି ଯୌନ ଉତ୍ପୀଡନ ଓ ଧର୍ମାନ୍ତରୀକରଣ ନେଇ ଖୋଳତାଡ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here