ଚିହ୍ନି ପାରୁଛନ୍ତି ତ ଏ ବ୍ୟକ୍ତି ଜଣକ କିଏ । ଆଗ୍ୟା ହଁ । ଜଣାଶୁଣା ଆକ୍ଟର ଅଶୋକ ଦାସ । ଅନୁଗୁଳ ତଥା ରାଜ୍ୟରେ ସେ ବେଶ୍ ପରିଚିତ । ଦିନେ ଅଭିନୟରେ ଲୋକଙ୍କ ମନକୁ କିଣୁଥିଲେ । ଏବେ ଲୋକଙ୍କୁ କ୍ଷୀର ପରସି ବେଶ୍ ଖୁସି ଅଛନ୍ତି । ପେସା ଥିଲା ଅଭିନୟ । ପରଦାରେ ଲୋକଙ୍କୁ ମନୋରଞ୍ଜନ କରାଇବାରେ ଭାରି ମନ । କିନ୍ତୁ ତାର ଭିତରୁ କିଛି ସମୟ ବାହାର କରି ଆରମ୍ଭ କରିଥିଲେ ଗୋପାଳନ । ଅଭିନୟ ପରି ଗୋପାଳନ କରି ସଫଳ ଦୁଗ୍ଧ ଚାଷୀ ।ଅଭିନେତାରୁ ସଫଳ ଦୁଗ୍ଧ ଚାଷୀ । ଅଭିନେତା ଅଶୋକ ଦାସଙ୍କ ଘର ଆଗରେ ସକାଳୁ କ୍ଷୀର ପାଇଁ ଲାଗିଯାଏ ଲୋକଙ୍କ ଲମ୍ବା ଲାଇନ୍ ।ସଫଳ ଦୁଗ୍ଧ ଚାଷୀ ଭାବେ ନିଜୂ ଅଞ୍ଚଳରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅଶୋକ ଦାସ୍ । ଅଭିନୟ ପେସାରୁ ସମୟ କାଢି ଗୋପାଳନ କ୍ଷେତ୍ରରେ ମନୋନିବେଶ କରିଥିଲେ ଅଶୋକ । ଆଉ ଆଜି ତାଙ୍କର ରହିଛି ଏକ ସ୍ୱତନ୍ତ୍ର ଗାଇ ଫାର୍ମ । ଦିନକୁ ୩୦୦ ଲିଟର କ୍ଷୀର ତାଙ୍କ ଫାର୍ମରୁ ବାହାରେ । ଆଉ ଏଇ କ୍ଷୀରକୁ କୌଣସି ସଂସ୍ଥା କି ବ୍ୟବସାୟୀଙ୍କୁ ଦେବା ବଦଳରେ ସେ ଘରେ ବିକ୍ରୀ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here