ଆସନ୍ତା ନଭେମ୍ବର ୧୭ରେ ପବିତ୍ର ଅଳାଁନବମୀ । ଏହି ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ପ୍ରସିଦ୍ଧ ରାଧାପାଦ ଦର୍ଶନ ନୀତି ଅନୁଷ୍ଠିତ ହୋଇଥାଏ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ପରିଚାଳନା ପାଇଁ ଗତକାଲି ଦେବୋତ୍ତର କମିସନର ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ସ୍ପର୍ଶ ଉପରେ କଟକଣା ଲଗାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଭକ୍ତମାନେ କେବଳ ଦର୍ଶନର ସୁଯୋଗ ପାଇପାରିବେ। ଏହାସହ ଚଳିତ ବର୍ଷ ଭିଆଇପି ପାସ୍ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ମନ୍ଦିର ପରିସରରୁ ଭୋଗ ଓ ଦୀପ ଦୋକାନ ହଟାଇବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି ।  ବୈଠକରେ କେଦାର ଚନ୍ଦ୍ର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରତାପ କୁମାର ସ୍ୱାଇଁ, ଉପଜିଲ୍ଲାପାଳ ଭବତାରଣ ସାହୁ, ସତ୍ୟବାଦୀ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ସ୍ୱାଇଁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here