ହରନାଜ କୌର ସାନ୍ଧୁ ହେଲେ ବ୍ରହ୍ମାଣ୍ଡ ସୁନ୍ଦରୀ । ଭାରତର ହରନାଜଙ୍କୁ ମିସ୍ ୟୁନିଭର୍ସ ଟାଇଟେଲ ମିଳିଛି । ୮୦ ସୁନ୍ଦରୀଙ୍କୁ ପଛରେ ପକାଇ ହରନାଜ ହାତେଇଛନ୍ତି ମିସ୍ ୟୁନିଭର୍ସ ଟାଇଟେଲ । ପଞ୍ଜାବର ୨୧ ବର୍ଷୀୟ ହରନାଜ ପିନ୍ଧିଛନ୍ତି ୭୦ ତମ ମିସ୍ ୟୁନିଭର୍ସ ୨୦୨୧ ତାଜ୍ । ଶେଷଥର ୨୦୦୦ ମସିହାରେ ଲାରା ଦତ୍ତ ହୋଇଥିଲେ ମିସ୍ ୟୁନିଭର୍ସ । ଦୀର୍ଘ ୨୧ ବର୍ଷ ପରେ ଭାରତର ନାଁ ବିଶ୍ୱ ଦରବାରରେ ରଖିଛନ୍ତି ହରନାଜ । ଇସ୍ରାଏଲରେ ହୋଇଥିବା ପିଜାଣ୍ଟ ସୋ’ରେ ସେ ପିନ୍ଧିଛନ୍ତି ବିଜୟ ମୁକୁଟ । ପାରାଗୁଏ ଓ ଦକ୍ଷିଣ ଆଫ୍ରିକାର ୨ ସୁନ୍ଦରୀ ପ୍ରଥମ ଓ ଦ୍ୱିତୀୟ ରନର୍ସଅପ ହୋଇଛନ୍ତି । ପବ୍ଲିକ ଆଡମିନି ଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ କରୁଛନ୍ତି ହରନାଜ । ପଞ୍ଜାବର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ହରନାଜ ।

LEAVE A REPLY

Please enter your comment!
Please enter your name here