ଏକାସାଙ୍ଗରେ ୫ଜଣଙ୍କୁ ଦଳିଦେଲା ଦନ୍ତା । ଅନୁଗୁଳ ଜିଲ୍ଲା ତାଳଚେରରେ ଏଭଳି ଅଘଟଣ ଘଟିଛି । ଷଣ୍ଢ ଓ ସନ୍ଥପଡ଼ା ଗାଁରେ ୫ ଜଣଙ୍କୁ ହାତୀ ଦଳି ମାରି ଦେଇଛି । ଏଥିରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଥିବା ଜଣାପଡ଼ିଛି । ପୋଲିସ ଓ ବନ ବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସୁଚନାଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଷଣ୍ଢ ଗାଁରେ ଗୋଟିଏ ପରିବାରର ବାପା, ଝିଅ ଓ ପିଉସୀ ଙ୍କୁ ହାତୀ ଦଳି ମାରି ଦେଇଛି । ସେମାନେ ହେଲେ କାଳିଆ ସଅର, ଝିଅ ଅନିତା ସଅର ଓ ଭଉଣୀ ସାରଥୀ ସଅର ।

LEAVE A REPLY

Please enter your comment!
Please enter your name here