ଜାନୁୟାରୀ 27 ଓ 28 ରେ ମଙ୍ଗଳାଯୋଡିରେ ଦୁଇ ଦିନ ଧରି ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଜାତୀୟ ପକ୍ଷୀ ଉତ୍ସବ. ତେବେ ଏହି କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, ସେମିନାର୍ ଛଡା ମଙ୍ଗଳାଯୋଡି ଓ ନଳବଣକୁ ପରିଦର୍ଶନ ଆଦି କରିବା ମଧ୍ୟ ସାମିଲ ରହିଛି. ଏହାଛଡା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ପ୍ରାୟ 200 ଜଣ ପ୍ରତିଯୋଗୀ ଭାଗ ନେବେ. ଯାହାମଧ୍ୟରେ ବାର୍ଡର୍ସ, ଫଟୋଗ୍ରାଫର୍ସ ଓ ଅର୍ନିଥୋଲୋଡିଷ୍ଟ ଭଳି ପ୍ରତିଯୋଗୀ ସାମିଲ ରହିଛନ୍ତି. ରାତ୍ରିଯାପନ ପାଇଁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି. ଏସିଆ ପକ୍ଷୀଙ୍କ ସ୍ୱର୍ଗ କୁହାଯାଉଥିବା ଚିଲିକାରେ ପ୍ରତି ବର୍ଷ ପ୍ରାୟ 10 ଲକ୍ଷ ପ୍ରଜାତିର ପକ୍ଷୀ ଆସିଥାନ୍ତି. ତେବେ ଶୀତ ଋତୁରେ ମଙ୍ଗଳାଯୋଡିରେ ପ୍ରାୟ 200 ପ୍ରଜାତିର ପକ୍ଷୀ ଥିବା ରେକର୍ଡ କରାଯାଇଛି.

LEAVE A REPLY

Please enter your comment!
Please enter your name here