ରାୟଗଡା ସହରର କପିଳାସ ଛକ ନିକଟରେ ଟ୍ରକ୍ ଚାପରେ ବାଳକର ମୃତ୍ୟୁ । ମୃତ ବାଳକ ହେଉଛନ୍ତି  କେ. ପ୍ରତୀକ କୁମାର ଦୋରା । ବାଳକଟି ସାଇକେଲରେ ଯାଉଥିବାବେଳେ ଅପର ପାଶ୍ୱର୍ରୁ ଟ୍ରକ୍ ଦ୍ରୁତ ଗତିରେ ଆସି ସାଇକେଲକୁ ଧକ୍କା ଦେଇଥିଲେ । ଫଳରେ ବାଳକଟି ସାଇକେଲରୁ ପଡି ଟ୍ରକ୍ ଚକା ତଳକୁ ଖସିଯାଇଥିଲା । ଘଟଣାସ୍ଥଳରେ ହିଁ ବାଳକଟିର ମୃତ୍ୟୁ ହୋଇଛି । ଦୃର୍ଘଟଣାକୁ ନେଇ କପିଳାସ ଛକ ଅଞ୍ଚଳରେ ଦୀର୍ଘ ୧ ଘଣ୍ଟା ଧରି ଚାପା ଉତ୍ତେଚନା ଲାଗିରହିଥିଲା । ପରେ କପିଳାସ  ଥାନା  ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here