ତତଲା କଡେଇରେ ଭାଜି ହେଉଛି ରାଜ୍ୟ। ରାଜ୍ୟର ସମସ୍ତ ସହର ହୁହୁ ହୋଇ ଜଳୁଛି । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ବି ଅସ୍ତବ୍ୟସ୍ତ ହୋଇଗଲେଣି । ତେବେ ଏହି ଗ୍ରୀଷ୍ମ ପ୍ରବାହ ଆସନ୍ତା ୨୨ ଯାଏଁ ରହିବ ବୋଲି ଏସଆରସି କହିଛନ୍ତି । ଏସଆରସି କହିଛନ୍ତି ଯେ, ରାଜ୍ୟରେ ଗରମ ବହୁତ ଅନୁଭୂତ ହେଉଛି । ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ତାପମାତ୍ରା ବଢିଛି । ତେବେ ବର୍ତମାନ ସୁଧା କୌଣସୀ ସ୍ଥାନରୁ ଅଂଶୁଘାତଜନିତ ମୃତ୍ୟୁ ଖବର ଆସିନାହିଁ । ଆସନ୍ତା ୨୨ ତାରିଖ ସୁଧା ରାଜ୍ୟରେ ତାପମାତ୍ରା ଅଧିକ ରହିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here