ହିନ୍ଦୀ ହେଉଛି ଭାରତର ରାଷ୍ଟ୍ର ଭାଷା. ତେବେ ଏହା କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଏହା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି. ସମୟକ୍ରମେ ଏହା ଧୀରେଧୀରେ ପ୍ରଭାବ ବିସ୍ତାର କରୁଥିବା ଏକ ରିପୋର୍ଟରୁ ଜଣାପଡିଛି. ଆମେରିକାର ନାଗରିକମାନେ ଇଂରାଜୀ ଭାଷାକୁ ଛାଡିଦେଲେ ହିନ୍ଦୀ ଭାଷା କହିବାକୁ ମଧ୍ୟ ବେଶୀ ପସନ୍ଦ କରୁଛନ୍ତି. 2010 ମସିହାରେ କରାଯାଇଥିବା ସର୍ଭେକୁ ଯଦି 2017 ମସିହାର ସର୍ଭେ ସହ ତୁଳନା କରାଯାଏ ତାହାଲେ ତେଲୁଗୁ କହୁଥିବା ଲୋକଙ୍କ ସଂଖ୍ୟା 86 ପ୍ରତିଶତ ବଢିଛି.  American Community Survey (ACS) 2017 ମସିହା ପାଇଁ ଛାଡିଥିବା ଏକ ଡାଟାରେ ଜଣାପଡିଛି ଯେ, 2017 ମସିହା ଜୁଲାଇ 1ମଧ୍ୟରେ 21.8 ପ୍ରତିଶତ ଆମେରିକାବାସୀ ଇଂରାଜୀ ଭାଷା ତୁଳନାରେ ଅନ୍ୟ ଭାଷାକୁ ବେଶୀ ବ୍ୟବହାର କରିଥାନ୍ତି. ଆମେରିକାର ସମୁଦାୟ 30.5 କୋଟି ଲୋକଙ୍କ ମଧ୍ୟରୁ 6.7 କୋଟି ଲୋକ ନିଜ ଘରେ ଇଂରାଜୀ ଭାଷାକୁ ବ୍ୟବହାର କରନ୍ତି. 30.5 କୋଟି ଆମେରିକା ନାଗରିକଙ୍କ ମଧ୍ୟରୁ 8.63 ଲକ୍ଷ ଲୋକ ହିନ୍ଦୀ କହୁଥିବା ଜଣାପଡିଛି. ତେବେ ଏହା ମଧ୍ୟରେ ହିନ୍ଦୀ କହୁଥିବା ଲୋକଙ୍କ ସଂଖ୍ୟା 42 ପ୍ରତିଶତ ହୋଇଥିବା ବେଳେ ଗୁଜୁରାତୀ କହୁଥିବା ଲୋକଙ୍କ ସଂଖ୍ୟା 22 ପ୍ରତିଶତ ରହିଛି. Center for Immigration Studies ଅନୁଯାୟୀ, 48 ପ୍ରତିଶତ ଲୋକ ନିଜଘରେ ଇଂରାଜୀ ଭାଷା କହିଥାନ୍ତି.

LEAVE A REPLY

Please enter your comment!
Please enter your name here