ପାକିସ୍ତାନର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫନାଣ୍ଟଜେନେରାଲ ସୟଦ ଅସିମ ମୁନିର । ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫ ଦେଶର ନୂତନ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ସେନା ମୁଖ୍ୟ ଭାବେ କମର ବାଜୱାଙ୍କ ସ୍ଥାନ ନେଇଛନ୍ତି ମୁନିର । ଦୀର୍ଘଦିନ ଧରି ପାକିସ୍ତାନର ସେନା ମୁଖ୍ୟକୁ ନେଇ ଅନିଶ୍ଚିତତା ଲାଗିରହିଥିଲା । ଆଇନ ଓ ସମ୍ବିଧାନ ଅନୁଯାୟୀ, ଲେଫନାଣ୍ଟଜେନେରାଲ ସୟଦ ଅସିମ ମୁନିରଙ୍କୁ ସ୍ଥଳସେନା ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here