ପ୍ରତ୍ୟେକ ପିଲା ଚାହାଁନ୍ତି ସେମାନେ କେମିତି ଭଲ ପାଠ ପଢି ଭଲ ଚାକିରିଟିଏ କରିବେ. ଆଉ ଯଦି ସେ ଚାକିରି ଆମେରିକା ଭଳି ଦେଶରେ ପାଇଯାଆନ୍ତି ତାହାଲେ ଖୁସି କହିଲେ ନ ସରେ. ହେଲେ ଏମିତି ଜଣେ ଭାରତୀୟ ଖେଳାଳି ଯାହାଙ୍କ ନାମ ରମିତ୍ ଟଣ୍ଡନ, ଆମେରିକାରେ ଚାକିରି ଛାଡି ନିଜ ସ୍ୱପ୍ନକୁ ସାକାର କରିବାକୁ ନିଷ୍ପତି ନେଇଛନ୍ତି. ସେ ପୂର୍ବବର୍ଷ ନ୍ୟୁୟର୍କରେ ଫଣ୍ଡ ଆନାଲିଷ୍ଟ ଭାବେ ନିଯୁକ୍ତି ପାଇଥିଲେ. କିନ୍ତୁ ଖେଳର ନିଶା ତାଙ୍କୁ ସେଠାରେ ବାନ୍ଧି ରଖିପାରିନଥିଲା. ବର୍ତ୍ତମାନ ସେ ନେଇଥିବା ନିଷ୍ପତି ଧିରେ ଧିରେ ସତ ହେବାକୁ ଯାଉଛି କାରଣ ସେ ଏହି ଗୋଟିଏ ବର୍ଷ ଭିତରେ PSA (PROFESSIONAL SPORTS ASSOCIATION) ରୁ ଉପାଧି ପ୍ରାପ୍ତ କରିବା ସହ ବିଶ୍ୱ ସ୍ପୋର୍ସରେ 400 ନମ୍ବରରେ ଏବଂ ଦୁନିଆର 62 ତମ ଖେଳାଳି ବନିଯାଇଛନ୍ତି. ରମିତ୍ ଏବେ ଇଣ୍ଡୋନେସିଆରେ ଚାଲିଥିବା ଏସିଆନ ଗେମରେ ଭାରତୀୟ ଟିମ ପକ୍ଷରୁ ଖେଳୁଛନ୍ତି ଏବଂ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି.