ଆମେରିକା ପୂର୍ବତନ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ମିୟାମି କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ସେ ଜାମିନରେ ମୁକୁଳିଛନ୍ତି । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରାଯିବା ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା । ଦେଶର ଗୋପନ ଫାଇଲ ଘରେ ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ରାଷ୍ଟ୍ରପତି ପଦରୁ ଯିବା ବେଳେ ସେ ଦେଶର କେତେକ ଗୋପନ ଫାଇଲ ନିଜ ଘରକୁ ନେଇଯାଇଥିଲେ । ଏପରିକି ଏଫବିଆଇ ତଦନ୍ତ ସମୟରେ ଟ୍ରମ୍ପଙ୍କ ବାସଭବନରୁ 1100 ଫାଇଲ ଜବତ କରିଥିବା କୁହାଯାଇଛି । ଏହା ଭିତରେ କିଛି ଗୋପନୀୟ ଗୁରୁତ୍ବପୂର୍ଣ୍ଣ ଫାଇଲ ଥିବା ଅଭିଯୋଗ ହୋଇଥିଲା । ତେବେ ଟ୍ରମ ଅଭିଯୋଗକୁ ଭିତ୍ତିହୀନ କହିବା ସହ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ବର୍ଷିଛନ୍ତି । ତାଙ୍କୁ ଗିରଫ କରାଯିବା ରାଜନୈତିକ ଅଭିସନ୍ଧିମୂଳକ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here