ଆମେରିକା ପାଇଁ ବଢିଲା ବିପଦ । ଗୋଟିଏ ପଟେ ଦେଶରେ ୫୯ ଲକ୍ଷ କରୋନା ସଙ୍କ୍ରମିତ ହୋଇସାରିଥିବାବେଳେ ଏବେ ବାତ୍ୟା ହରିକେନ୍ ‘ଲୋରା’ଚିନ୍ତା ବଢାଇଲାଣି । ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିବ ‘ଲୋରା’ । ପ୍ରଭାବରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗର ପବନ ବହିବ ବୋଲି ଆମେରିକା ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଏପରିକି ସମୂଦ୍ରରେ ବଡ ଜୁଆର ମାଡି ଆସିବାର ଆଶଙ୍କା ରହିଛି । ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଭାବିତ ସ୍ଥାନର ୫ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେନା ଉଦ୍ଧାରକାରୀ ଦଳକୁ ଆଲର୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here