ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତେଜନା ମଧ୍ୟରେ ,ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଲା ଆମେରିକା। ଶକ୍ତି କେନ୍ଦ୍ର ଉପରେ ୫ ଦିନ ପାଇଁ ସମସ୍ତ ପ୍ରକାରର ଆକ୍ରମଣ ବନ୍ଦ ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି , ଆମେରିକା ଏବଂ ଇରାନ ମଧ୍ୟରେ ଗତ ଦୁଇ ଦିନ ଧରି ଫଳପ୍ରଦ ଆଲୋଚନା ହୁଏ ତେବେ ଏହି ଅସ୍ତ୍ରବିରତି ଆଗକୁ ଜାରି ରହିବ। ଯୁଦ୍ଧ ବିଭାଗକୁ ଆଗାମୀ ପାଞ୍ଚ ଦିନ ପାଇଁ ଇରାନରେ ଶକ୍ତି କେନ୍ଦ୍ର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି ଟ୍ରମ୍ପ। ଡୋନାଲ୍ଡ ଟ୍ରମ୍ପ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ସେ କହିଛନ୍ତି, ମୁଁ ଘୋଷଣା କରି ଖୁସି ଅନୁଭବ କରୁଛି ଯେ ଆମେରିକା ଏବଂ ଇରାନ ଗତ ଦୁଇ ଦିନରେ ଶତ୍ରୁତା ସମାପ୍ତ କରିବା ଏବଂ ମଧ୍ୟପ୍ରାଚ୍ୟରେ ସମ୍ପୂର୍ଣ୍ଣ ଶାନ୍ତି ସ୍ଥାପନ ପାଇଁ ସକରାତ୍ମକ ଏବଂ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଛି। ଏହି ସପ୍ତାହ ସାରା ଗଠନମୂଳକ ଆଲୋଚନା ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି, ମୁଁ ଯୁଦ୍ଧ ବିଭାଗକୁ ଆଗାମୀ ପାଞ୍ଚ ଦିନ ପାଇଁ ଇରାନ ଶକ୍ତି କେନ୍ଦ୍ର ଏବଂ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛି। ଯଦି ଆଲୋଚନା ଫଳପ୍ରଦ ହୁଏ ତେବେ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ରହିବ।













