କାଉନସେଲରଙ୍କ ପୁଅ ୨୫ରୁ ୩୦ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରିବାର ଅଭିଯୋଗରେ ଗିରଫ ହୋଇଛନ୍ତି କାଉନସିଲରଙ୍କ ପୁଅ ସୋହମ ନାଇକଙ୍କୁ ଗିରଫ କରାଯାଇଛି । ଦକ୍ଷିଣ ଗୋଆର ସୋହମ୍ ନାବାଳିକାଙ୍କ ସହିତ ଯୌନ ସମ୍ପର୍କ ସ୍ଥାପନ କରି ତାହାକୁ ଭିଡ଼ିଓ ରେକର୍ଡ କରି ଭାଇରାଲ କରିବାକୁ ଧମକ ଦେଉଥିଲେ । ପ୍ରାୟ ତିନି ବର୍ଷ ଧରି ସୋହମ ଏହି କାମ କରି ଆସୁଥିଲା । କିନ୍ତୁ କେହି ବି ପୀଡ଼ିତା ତାଙ୍କ ବିରୁଦ୍ଧରେ ମୁହଁ ଖୋଲୁ ନ ଥିଲେ । ସେଥିପାଇଁ ଏହି ଘଟଣା ଲୋକ ଲୋଚନକୁ ଆସିନଥିଲା । ସୋହମ ଗତ କିଛି ଦିନ ତଳେ ନିଜ ସାଙ୍ଗମାନଙ୍କ ସହିତ ମଦ ପିଇବା ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ପୂର୍ବରୁ ରଖିଥିବା ଭିଡ଼ିଓ ଗୁଡ଼ିକ ଦେଖାଇଥିଲେ । ଏହା ପରେ ଏହି ମାମଲା ଧିରେ ଧିରେ ସାମ୍ନାକୁ ଆସିଲା ଏବଂ ଏହା ଜାଣିବା ପରେ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଥାନା ଘେରାଉ କରିବା ସହିତ ଅଭିଯୁକ୍ତର ଗିରଫ ପାଇଁ ଚାପ ପକାଇଥିଲେ ଏବଂ ଶେଷରେ ପୋଲିସ ବାଧ୍ୟ ହୋଇ ସୋହମକୁ ରବିବାର ରାତିରେ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here